October 15, 2025

ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇଦିନ ହେଲା ବର୍ଷା ପରିମାଣ କମିଥିଲେ ମଧ୍ୟ ଗୁରୁବାରଠାରୁ ବଡ଼ ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି

1 min read

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ଦୁଇଦିନ ହେଲା ବର୍ଷା ପରିମାଣ କମିଥିଲେ ମଧ୍ୟ ଗୁରୁବାରଠାରୁ ବଡ଼ ବର୍ଷାର ସମ୍ଭାବନା ଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସୂଚନାନୁସାରେ, ଗୁରୁବାର କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ୨୬ ତାରିଖ ସୁଦ୍ଧା ଏହା ଘନୀଭୂତ ହୋଇ ଅବପାତରେ ପରିଣତ ହୋଇପାରେ। ୨୭ ତାରିଖ ସୁଦ୍ଧା ଏହା ଦକ୍ଷିଣ ଓଡିଶା ଏବଂ ଉତ୍ତର ଆନ୍ଧ୍ର ଅତିକ୍ରମ କରିବ। ଏହା ପ୍ରଭାବରେ ଗୁରୁବାରଠାରୁ ରାଜ୍ୟରେ ପ୍ରବଳ ବର୍ଷିବ। ଏନେଇ କୋରାପୁଟ, ନବରଙ୍ଗପୁର ଏବଂ ନୂଆପଡା ଜିଲାକୁ ଅରେଞ୍ଜ ଓ୍ବାର୍ନିଂ ଏବଂ ମାଲକାନଗିରି, କନ୍ଧମାଳ, କଳାହାଣ୍ଡି ଏବଂ ରାୟଗିଡ଼ା, ଗଞ୍ଜାମ, ଗଜପତି ଏବଂ ବାଲେଶ୍ୱର ଜିଲାକୁ ୟେଲୋ ଓ୍ବାର୍ନିଂ ଦିଆଯାଇଛି। ଏଥିସହ ଉପକୂଳ, ପଶ୍ଚିମ ଓ ଆଭ୍ୟନ୍ତରୀଣ ଓଡିଶାରେ ମଧ୍ୟ ବର୍ଷା ହେବ। ସମୁଦ୍ର ଅଶାନ୍ତ ରହୁଥିବାରୁ ୨୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସତର୍କ କରାଯାଇଛି।