March 11, 2026

ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ମେୟର

1 min read

କଟକ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି କଟକ ମେୟର ସୁବାସ ସିଂ। ଉପର ପଡ଼ିଆରେ ଐତିହାସିକ ବାଲିଯାତ୍ରା ନ ହେବା ନିଷ୍ପତ୍ତି ପ୍ରସଙ୍ଗକୁ ନେଇ ମେୟର ମୁଖ୍ୟମନ୍ତ୍ରୀଙ୍କୁ ଏହି ଚିଠି ଲେଖିଛନ୍ତି। ଚିଠିରେ ମେୟର ବାଲିଯାତ୍ରା ଉଭୟ ତଳ ଏବଂ ଉପର ପଡ଼ିଆରେ ଆୟୋଜନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

ବାଲିଯାତ୍ରା କଟକ ତଥା ଓଡ଼ିଶାବାସୀଙ୍କ ଭାବାବେଗ ସହ ଜଡ଼ିତ। ଭାବାବେଗକୁ ସମ୍ମାନ ଦେଇ ଉଭୟ ପଡ଼ିଆରେ ଯାତ୍ରା ଆୟୋଜନ ହେଉ ବୋଲି ପୂର୍ବରୁ ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି। ଏପରିକି କଟକ ବାରବାଟୀ ବିଧାୟିକା ସୋଫିଆ ଫିର୍ଦ୍ଦୋସ ମଧ୍ୟ ଉପର ପଡ଼ିଆରେ ବାଲିଯାତ୍ରା ଆୟୋଜନ ହେବା ଆବଶ୍ୟକ ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖିଛନ୍ତି।