January 25, 2026

୨୪ କ୍ୟାରେଟ୍‌ ଭାଙ୍ଗିଲା ସବୁ ରେକର୍ଡ

1 min read

ଭୁବନେଶ୍ୱର : ପୁଣି ଚିନ୍ତା ବଢାଇଲା ସୁନା । ସେପ୍ଟେମ୍ବର ୧୨ ଅର୍ଥାତ୍‌ ଶୁକ୍ରବାର ପୁଣି ବଢିଛି ସୁନା ଦାମ୍‌ । ୨୪ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୧,୧୧,୨୮୦ ଟଙ୍କା ରହିଛି । ଗତକାଲି ୧,୧୦,୫୦୯ ଟଙ୍କା ଥିଲା । ଏଥିରେ ୭୭୧ ଟଙ୍କା ବୃଦ୍ଧି ହୋଇଛି ।

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୧,୦୨,୦୦୦ ଟଙ୍କା ରହିଛି । ଗତକାଲି ୧,୦୧,୩୦୦ ଟଙ୍କା ଥିଲା । ଏଥିରେ ୭୦୦ ଟଙ୍କା ବୃଦ୍ଧି ହୋଇଛି ।

୧୮ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୮୩,୪୬୦ ଟଙ୍କା ରହିଛି । ଗତକାଲି ୮୨,୮୮୦ ଟଙ୍କା ଥିଲା । ଏଥିରେ ୫୮୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍‌ ରୁପ ଦାମ୍‌ ୧୪,୨୦୦ ଟଙ୍କା ରହିଛି । ଗତକାଲି ୧୪,୦୦୦ ଟଙ୍କା ଥିଲା । ଏଥିରେ ୨୦୦ ଟଙ୍କା ବୃଦ୍ଧି ହୋଇଛି ।