October 14, 2025

ଅସହାୟ ଭିନକ୍ଷମ ପାଇଁ ଦେବଦୁତ ସାଜିଲେ କହେଁଇପୁର ସନ୍ତୋଷ ବେହେରା

1 min read

କେନ୍ଦ୍ରାପଡ଼ା ୧୧/୯-କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ସାତଭାୟା ଅଞ୍ଚଳର ଭିନକ୍ଷମ ଅମର କୁମାର ମଲ୍ଲିକ I ଜନ୍ମ ରୁ ସେଜଣେ ଭିନକ୍ଷମ ସାହାରା କହିଲେ ଗୋଟିଏ ୯୦ ବର୍ଷର ବୃଦ୍ଧା ମା I କେଉଁ ବର୍ଷରୁ ବାପାକୁ ହରାଇ ମା ଭିକ୍ୟ ବୃତ୍ତି କରି ପେଜ ଭାତ ଦେଇ ଭିନକ୍ଷମ ପୁଅକୁ ବଡ କରିଛି I ଆଜି ବୃଦ୍ଧା ମା ବୟସର ଅପରାହ୍ନ ରେ ପହଁଞ୍ଚିବା ପରେ ଆଜି ଭିନକ୍ଷମ ପୁଅ ବଞ୍ଚିବା ପାଇଁ ସଂଘର୍ଷ କରୁଛି I ସେହିଭଳି ଅସହାୟ ଭିନକ୍ଷମ କୁ ସାହାରା ଦେଇଛନ୍ତି କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଓସ୍ତପୁର ପଞ୍ଚାୟତ କହେଁଇପୁର ଗ୍ରାମର ସମାଜସେବୀ ସନ୍ତୋଷ ବେହେରା I ସନ୍ତୋଷ ଜଣେ ଉଦାର ମନା ପର ଉପକାରୀ ମଣିଷ ଟିଏ I କାହାରି ଦୁଃଖ ଦେଖିପାରନ୍ତିନି ସନ୍ତୋଷ I ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଏକୁଟିଆ ଦେଖି ଏହି ବୃଦ୍ଧା ମା ଓ ଭିନକ୍ଷମ ପୁଅକୁ ତୁରନ୍ତ ଧାଇଁ ଯାଇଁ ଭଲମନ୍ଦ ପଚାରି ବୁଝିଥିଲେ ସନ୍ତୋଷ I ଭିନକ୍ଷମ ପୁଅ ଦୀର୍ଘ ଦିନ ହେବ କ୍ୟାନ୍ସର ରୋଗରେ ପୀଡିତ ହେବା ସଙ୍ଗେ ସଙ୍ଗେ କେମ ମଧ୍ୟ ନେଉଛନ୍ତି I ଏପର୍ଯ୍ୟନ୍ତ ସରକାରୀ ଭର୍ତ୍ତା କିମ୍ବା ଘର ମଧ୍ୟ ପାଇନାହାନ୍ତି, ତାହା ସହିତ କିଛି ଦିନ ହୋଇଯିବ ଖାଇ ନାହାନ୍ତି ମା ପୁଅ I ଏହି କଥା ଶୁଣି ସନ୍ତୋଷ ତୁରନ୍ତ ସେମାନଙ୍କୁ କିଛି ଆର୍ଥିକ ସହଯୋଗ କରିବା ସହ ନିକଟରେ ଥିବା କ୍ୟାଣ୍ଟିନ ରେ ଖାଦ୍ୟ ଖାଇବାକୁ ମଧ୍ୟ ବ୍ୟବସ୍ଥା କରିଦେଇଥିଲେ I ଏହା ସହ ତୁରନ୍ତ କିଛି ସୁନାମ ଧନ୍ୟ ସାମ୍ବାଦିକ ଭାଇ ମାନଙ୍କୁ ଧରି ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଙ୍କୁ ଯାଇ ସେଠାରେ ଭିନକ୍ଷମ ପୁଅ ପାଇଁ ସମସ୍ତ ପ୍ରକାର ସୁବିଧା କରାଇଥିଲେ I ଭିନକ୍ଷମ ଅମର କୁମାର ମଲ୍ଲିକ ଙ୍କୁ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସମସ୍ତ ପ୍ରକାର ସାହାଯ୍ୟ କରିବେ ବୋଲୀ ପ୍ରତିଶୃତି ମଧ୍ୟ ଦେଇଥିଲେ I ସନ୍ତୋଷ ବେହେରା ଙ୍କ ଏହିଭଳି ମହାନ କାର୍ଯ୍ୟପାଇଁ ସେ ଦେଶ ବିଦେଶରେ ମଧ୍ୟ ଆଗରୁ ବହୁବାର ପ୍ରଶଂସାର ପାତ୍ର ସାଉଁଟି ଛନ୍ତି I