March 24, 2026

ବିମାନ ଦୁର୍ଘଟଣାରେ ୬୬ ଯାତ୍ରୀ ମୃତ

1 min read

କଲମ୍ବିଆ: କଲମ୍ବିଆର ଦକ୍ଷିଣ ଆମାଜନ ଅଞ୍ଚଳରେ ସୋମବାର ଦିନ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା, ଯେଉଁଥିରେ ୧୨୫ ଜଣ ଯାତ୍ରୀ ଥିଲେ। ଏଥିରୁ ମଧ୍ୟରୁ ଅତି କମରେ ୬୬ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଘଟଣା କଲମ୍ବିଆନ ବାୟୁସେନାର ସାମ୍ପ୍ରତିକ ଇତିହାସରେ ସବୁଠାରୁ ଭୟଙ୍କର ଦୁର୍ଘଟଣା ମଧ୍ୟରୁ ଗୋଟିଏ। ପ୍ରାୟ ଦୁଇ ଡଜନ ଲୋକ ଏବେ ବି ଭଗ୍ନାବଶେଷ ଏବଂ ପାଉଁଶ ମଧ୍ୟରେ ନିଖୋଜ ଅଛନ୍ତି। ପୁଟୁମାୟୋ ବିଭାଗର ରାଜ୍ୟପାଳ ଜନ୍ ଗାବ୍ରିଏଲ୍ ମୋଲିନା ସ୍ଥାନୀୟ ସମ୍ବାଦ ସଂସ୍ଥାକୁ କହିଛନ୍ତି ଯେ ୬୬ ଜଣଙ୍କର ମୃତ୍ୟୁ ହୋଇଛି, ଅନେକ ଆହତ ହୋଇଛନ୍ତି ଏବଂ ୨୧ ଜଣ ନିଖୋଜ ଅଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ପେଡ୍ରୋ ସାଞ୍ଚେଜ୍ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ କହିଛନ୍ତି ଯେ ଲକହିଡ୍ ମାର୍ଟିନ୍-ନିର୍ମିତ ହର୍କୁଲେସ୍ ସୀ-୧୩୦ ପରିବହନ ବିମାନ ପେରୁ ସୀମାରେ ଥିବା ପୁଏର୍ଟୋ ଲେଗୁଇଜାମୋରୁ ଉଡ଼ାଣ ଭରୁଥିବା ସମୟରେ ଦୁର୍ଘଟଣା ଘଟିଥିଲା। ସେ ଏହା ମଧ୍ୟ କହିଛନ୍ତି ଯେ ମୃତ୍ୟୁ ଏବଂ ଆହତ ସଂଖ୍ୟା ପରିବର୍ତ୍ତନ ହୋଇପାରେ।