ବାଇକ୍ ଦୁର୍ଘଟଣାରେ ୨ଜଣଙ୍କ ମୃତ୍ୟୁ
1 min read
କୁଚିଣ୍ଡା: ସମ୍ବଲପୁର ଜିଲ୍ଲା ଜମନକିରା ଥାନା ଅଞ୍ଚଳରେ ଆଜି ଦୁର୍ଘଟଣାର ସାମ୍ନା କରି ୨ଜଣଙ୍କର ମୃତ୍ୟୁ ଘଟିଛି। ଷଣ୍ଡପଥର ଛକ ନିକଟରେ ଜମନକିରା କଦଳିମୁଣ୍ଡାର ଅମିତ ପଧାନ (୩୦) ଓ ୪୦ ନମ୍ବର ଜାତୀୟ ରାଜପଥରେ ଲାଇନ ଟ୍ରକ ସହିତ ସମ୍ମୁଖ ଦୁର୍ଘଟଣା ଘଟି ଶ୍ରୀନିବାସ ସାହୁଙ୍କର ମୃତ୍ୟୁ ଘଟିଛି। ଉଭୟଙ୍କୁ କୁଚିଣ୍ଡା ଡାକ୍ତରଖାନାରେ ରଖାଯାଇଛି। ଖବର ପାଇ କୁଚିଣ୍ଡା ପୁଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ କରୁଛନ୍ତି। ଏହି ଦୁଇଜଣ ସମ୍ବଲପୁର ପଟୁ ଜମନକିରା ପଟକୁ ଆସୁଥିବା ସମୟରେ ସନ୍ଧ୍ୟା ପ୍ରାୟ ୫ଟାରେ ଦୁର୍ଘଟଣାର ସାମ୍ନା କରିଥିଲେ।


