February 23, 2026

ନେପାଳରେ ବସ୍‌ ଦୁର୍ଘଟଣାରେ ୧୮ ମୃତ

1 min read

ନୂଆଦିଲ୍ଲୀ: ନେପାଳରେ ସୋମବାର ସକାଳୁ ଏକ ଭୟଙ୍କର ଦୁର୍ଘଟଣା ଘଟିଛି। ପୋଖରାରୁ କାଠମାଣ୍ଡୁ ଯାଉଥିବା ଏକ ଯାତ୍ରୀବାହୀ ବସ୍ ଧାଡିଙ୍ଗର ତ୍ରିଶୂଳୀ ନଦୀରେ ଖସି ପଡ଼ିବା ଫଳରେ ଅତି କମରେ ୧୮ ଜଣଙ୍କର ମୃତ୍ୟୁ ହୋଇଛି। ବେନିଘାଟ ରୋରାଙ୍ଗ ଗ୍ରାମୀଣ ପୌରପାଳିକାର ୩ନମ୍ବର ୱାର୍ଡର ଚାରାଉଣ୍ଡି ନିକଟରେ ଚିନ୍ନଧାରାଠାରେ ବସ୍ଟି ରାତି ପ୍ରାୟ ୧ଟା ୧୫ରେ ନଦୀରେ ଖସି ପଡ଼ିଥିଲା। ଧାଡିଙ୍ଗ ଜିଲ୍ଲା ଟ୍ରାଫିକ୍ ପୁଲିସ ଅଧିକାରୀ କହିଛନ୍ତି ଯେ ମୃତକଙ୍କ ସଂଖ୍ୟା ୧୮ରେ ପହଞ୍ଚିଛି, ଯେଉଁଥିରେ ୬ଚଣ ମହିଳା ମଧ୍ୟ ଅଛନ୍ତି। ମୋଟ ୨୭ ଜଣ ଯାତ୍ରୀ ଆହତ ହୋଇଛନ୍ତି।