February 26, 2026

ଆଜି ୧୨ ଘଣ୍ଟିଆ ଟିକାବାଲି ବନ୍ଦ

1 min read

ଫୁଲବାଣୀ: ୧୨ ଘଣ୍ଟିଆ ଟିକାବାଲି ବନ୍ଦ। ଟିକାବାଲି ଥାନା ଅଞ୍ଚଳରେ ଦିନକୁ ଦିନ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହେବାରେ ଲାଗିଛି। ଗତ ମାସ ୨୭ ତାରିଖରେ ଟିକାବାଲି ଅଞ୍ଚଳର ଜଣେ ନାବାଳିକା ନିଖୋଜ ହୋଇଥିଲେ। ଦୁଇ ଦିନ ତଳେ ସୋରଡା ଅଞ୍ଚଳରୁ ନାବାଳିକାର କଙ୍କାଳ ଉଦ୍ଧାର ହୋଇଛି। ଗତ ସୋମବାର ସନ୍ଧ୍ୟାରେ ବଡିମୁଣ୍ଡା ଅଞ୍ଚଳରୁ ଜଣେ ବ୍ୟକ୍ତିଙ୍କର ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ଗତ କିଛି ଦିନ ହେବ ଲଗାତାର ଅଞ୍ଚଳରେ ଏଭଳି ମର୍ମନ୍ତୁଦ ଘଟଣାମାନ ପରିଲକ୍ଷିତ ହେଉଛି। ଯାହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ଯାହାର ପ୍ରତିବାଦରେ ଆଜି ୧୨ ଘଣ୍ଟିଆ ଟିକାବାଲି ବନ୍ଦ ଡାକରା ଦିଆଯାଇଛି। ଟିକାବାଲି ଏବଂ ଆଖପାଖ ଅଞ୍ଚଳରେ ଥିବା ସମସ୍ତ ଦୋକାନ ବଜାର , ସ୍କୁଲ , କଲେଜ, ସରକାରୀ , ବେସରକାରୀ ଅନୁଷ୍ଠାନ ଆଦି ବନ୍ଦ ରହିଛି। ଏପରିକି ଗାଡିମୋଟର ଚଳାଚଳ ମଧ୍ୟ ଠପ୍ ହୋଇଯାଇଛି