February 22, 2026

୧୦୨୫ କିଲୋ ଗଂଜେଇ ଜବତ

1 min read

କାଲିମେଳା: କଣ୍ଟେନର ସହ କୋଟିଏ ଟଙ୍କାର ଗଂଜେଇ ଜବତ, କାଲିମେଳା-ମୋଟୁ ୩୨୬ ଜାତୀୟ ରାଜପଥର ଏମଭି ୯୬ ପୋଲ ନିକଟରୁ ଗତକାଲି ରାତିରେ କଣ୍ଟେନର ଭର୍ତ୍ତି ଗଂଜେଇକୁ ଜବତ କରିଛି ଏମଭି ୭୯ ପୁଲିସ। କାଲିମେଳା ଅଂଚଳରୁ ତେଲେଙ୍ଗାନାକୁ ଏହି ବିପୁଳ ପରିମାଣର ଗଂଜେଇ ଚୋରା ଚାଲାଣ କରା ଯାଉଥିଲା। ଏଥିରେ ରାଜସ୍ତାନର ଝାବର ସିଂ ନାମକ ଜଣେ ବ୍ୟକ୍ତିକୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁଲିସ। କଣ୍ଟେନର ଭିତରେ ୧୦୨୫ କିଲୋ ଗଂଜେଇ ରହିଥିବା ବେଳେ ଏହି ଗଂଜେଇର ଆନୁମାନିକ ମୂଲ୍ୟ ଏକ କୋଟିରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି।ଗତକାଲି ଏହି ଗଂଜେଇକୁ ଜବତ କରାଯାଇଥିବା ବେଳେ ଆଜି ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଓଜନ କରାଯାଇଛି