March 17, 2026

୫୬୮ ପଏଣ୍ଟ୍‌ ବଢ଼ିଲା ସେନ୍‌ସେକ୍ସ

1 min read

ମୁମ୍ବାଇ: ମଧ୍ୟପ୍ରାଚ୍ୟ ଯୁଦ୍ଧ ସତ୍ତ୍ବେ ଗତ ଦୁଇ ଦିନ ହେଲା ଦଲାଲ ଷ୍ଟ୍ରିଟ୍‌ର ନିବେଶକମାନେ ଉତ୍ସାହିତ ଅଛନ୍ତି। ଗତକାଲି ପରି ଆଜି ମଧ୍ୟ ସେନ୍‌ସେକ୍ସରେ ବଡ଼ ବୃଦ୍ଧି ଦେଖାଦେଇଛି। କାରବାର ଶେଷବେଳକୁ ସେନ୍‌ସେକ୍ସ ୭୬୦୭୦.୮୪ ପଏଣ୍ଟ୍‌ରେ ବନ୍ଦ ହୋଇଛି, ଯାହାକି ପୂର୍ବଦିନର ଶେଷ କାରବାର ତୁଳନାରେ ୫୬୭.୯୯ ପଏଣ୍ଟ ଅଧିକ। ସେହିଭଳି ନିଫ୍‌ଟି ୧୫୦.୨୦ ପଏଣ୍ଟ୍‌ ଉପରକୁ ଉଠି ୨୩୫୫୯ ପଏଣ୍ଟରେ ବନ୍ଦ ହୋଇଛି। ଗତକାଲି ସେନ୍‌ସେକ୍ସ ୯୩୮.୯୩ ପଏଣ୍ଟ ଏବଂ ନିଫ୍‌ଟି ୨୫୭.୭୦ ପଏଣ୍ଟ୍‌ ଉପରକୁ ଉଠିଥିଲା।