ୟୁପି କ୍ୟାଡର ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ନେଇ ପୁଣି ବିବାଦ ଦେଖାଦେଇଛି
1 min read
ନୂଆଦିଲ୍ଲୀ: ୟୁପି କ୍ୟାଡର ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମାଙ୍କୁ ନେଇ ପୁଣି ବିବାଦ ଦେଖାଦେଇଛି। କେନ୍ଦ୍ର ସରକାର ତାଙ୍କୁ ବଙ୍ଗଳାର ଦକ୍ଷିଣ ୨୪ ପ୍ରଗନା ଜିଲ୍ଲା ପାଇଁ ପୁଲିସ୍ ପର୍ଯ୍ୟବେକ୍ଷକ ଭାବରେ ନିଯୁକ୍ତ କରିଥିଲେ। ଅଜୟ ପାଲଙ୍କ କଠୋରତାର ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ବର୍ତ୍ତମାନ ତୃଣମୂଳ କଂଗ୍ରେସ (ଟିଏମସି) ସମେତ ସମଗ୍ର ବିରୋଧୀ ଦଳ ଆଇପିଏସ ଅଧିକାରୀ ଅଜୟ ପାଲଙ୍କୁ ବଙ୍ଗଳାରୁ ହଟାଇବା ପାଇଁ ଅଣ୍ଟା ଭିଡ଼ିଛନ୍ତି।
ପର୍ଯ୍ୟବେକ୍ଷକ ଭାବରେ ତାଙ୍କ ନିଯୁକ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଏକ ଆବେଦନ ଦାଖଲ କରାଯାଇଛି। ଆବେଦନକାରୀ ଶୀଘ୍ର ଶୁଣାଣି ଦାବି କରିଛନ୍ତି। ୟୁପି କ୍ୟାଡରର ୨୦୧୧ ବ୍ୟାଚର ଜଣେ ଆଇପିଏସ ଅଧିକାରୀ ଅଜୟ ପାଲ ଶର୍ମା ୟୁପିରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୁରକ୍ଷା କାର୍ଯ୍ୟର ନେତୃତ୍ୱ ନେଇ ଦୃଷ୍ଟି ଆକର୍ଷଣ କରିଛନ୍ତି। ସୁପ୍ରିମକୋର୍ଟରେ ଦାୟର ଆବେଦନରେ ତାଙ୍କୁ ତୁରନ୍ତ ହଟାଇବା ପାଇଁ ଦାବି କରାଯାଇଛି।


