ରାମଚନ୍ଦ୍ର ବିଦ୍ୟା ପିଠ ବିଦ୍ୟାଳୟର ୨୦୦୦ ମସିହା ବ୍ୟାଚ ବନ୍ଧୁ ମିଳନ ଅନୁଷ୍ଠିତ
1 min read
ଡେରାବିଶ , ୧୩/୩ : ରାମଚନ୍ଦ୍ର ବିଦ୍ୟା ପିଠ ବିଦ୍ୟାଳୟର ୨୦୦୦ ମସିହା ବ୍ୟାଚ ପୁରୁଣା ବିଦ୍ୟାର୍ଥୀମାନଙ୍କର ଏକ ବନ୍ଧୁ ମିଳନ ପର୍ବ ବେଶ ଖୁସିର ସହ ରବିବାର ଦିନ ପାଳିତ ହୋଇଯାଇଛି l ପୁରୁଣା ସାଙ୍ଗମାନଙ୍କୁ ନେଇ ଏକ ମିଳନୀ ଉତ୍ସବ ଆୟୋଜିତ ହୋଇଥିଲା । ଦୀର୍ଘ ୨୬ ବର୍ଷ ପରେ ପୁଣିଥରେ ସମସ୍ତେ ଏକାଠି ହୋଇ ପୁରୁଣା ସ୍ମୃତି ଚାରଣ କରିଥିଲେ l ସମୟାନୁଯାୟୀ ମନ , ଶରୀର, ଜୀବନ ଯାପନ ଶୈଳୀରେ ପରିବର୍ତନ ହୋଇଥିଲେ ମଧ୍ୟ ଆଜି ଆମେ ସମସ୍ତେ ସେଇ ବିଲୁପ୍ତ ସ୍ମୃତିକୁ ସାଇତି ରଖି ଆଜି ଏକାଠି ହୋଇପାରିଛୁ ତାହା ବଡ଼ କଥା ବୋଲି ପ୍ରଭାତ ସାହୁ ତାଙ୍କ ମତ ଉପସ୍ଥାପନା କରିଥିଲେ । ଏହି ଆୟୋଜନକୁ ବିଶ୍ୱରଞ୍ଜନ ସ୍ୱାଇଁ, ଗୁରୁଚରଣ ସାହୁ, ସୁଜିତ ବଳ, ରୋଜିରାଣୀ ସିଂହ, ମନୋଜ କର, ନୟନା ସିଂହ ଓ ଚିନ୍ମୟୀ ରାଉତରାୟଙ୍କ ଦ୍ୱାରା ସଫଳ କରାଇଥିଲେ l
ଏହି କାର୍ଯ୍ୟକ୍ରମର ମୁଖ୍ୟ ଆୟୋଜକ ଥିଲେ ପ୍ରଭାତ କୁମାର ସାହୁ। ତାଙ୍କ ଉଦ୍ୟମ ଓ ପ୍ରୟାସରେ ଦୀର୍ଘ ବର୍ଷ ପରେ ସମସ୍ତ ସାଙ୍ଗମାନେ ଏକାଠି ହୋଇ ପୁରୁଣା ସ୍ମୃତିକୁ ସ୍ମରଣ କରିଥିଲେ । ୨୦୦୦ ରୁ ୨୦୨୬ ପର୍ଯ୍ୟନ୍ତ ଏପରି ମିଳନୀ ଆୟୋଜନ ହୋଇନଥିବାରୁ ଏହି ବର୍ଷର ଆୟୋଜନ ସମସ୍ତଙ୍କ ପାଇଁ ବିଶେଷ ଆନନ୍ଦ ଆଣିଥିଲା।
ମିଳନୀ ଅବସରରେ ସମସ୍ତ ସାଙ୍ଗମାନେ ତାଙ୍କ ଶିକ୍ଷାଜୀବନର ସ୍ମୃତିକୁ ଅନୁଭବ କରିଥିଲେ ଓ ଆଗାମୀ ଦିନରେ ପ୍ରତିବର୍ଷ ଏହିପରି ମିଳନୀ ଆୟୋଜନ କରିବାକୁ ସମ୍ମତି ପ୍ରକାଶ କରିଥିଲେ।
ସମସ୍ତଙ୍କ ମତାନୁସାରେ, ଏପରି ମିଳନୀ ପୁରୁଣା ସମ୍ପର୍କକୁ ଆହୁରି ମଜବୁତ କରିଥାଏ ଏବଂ ଜୀବନର ଅମୂଲ୍ୟ ସ୍ମୃତିକୁ ପୁଣିଥରେ ଜୀବନ୍ତ କରେ।


