February 20, 2026

ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ

1 min read

କଟକ: କଟକ ଜିଲା ଟାଙ୍ଗୀ-ଚୌଦ୍ୱାର ବ୍ଲକର ଜଣେ ମେକାନିକଙ୍କଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଇ ଜଣେ ପଞ୍ଚାୟତ ଅଧିକାରୀ ଓଡ଼ିଶା ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି। ଟାଙ୍ଗୀ-ଚୌଦ୍ୱାର ବ୍ଲକ ଅନ୍ତର୍ଗତ ଭାଟିମୁଣ୍ଡା ଗ୍ରାମପଞ୍ଚାୟତର ପିଇଓ ଭରତ ଭୂଷଣ ମିଶ୍ରଙ୍କୁ ଲାଞ୍ଚ ନେଉଥିବା ସମୟରେ ମାଡ଼ିବସିଛି ଭିଜିଲାନ୍ସ।

ସୂଚନାଯୋଗ୍ୟ, ବକେୟା ଦରମା ଫେରାଇବା ଏବଂ ଚାକିରି ଅବଧି ବୃଦ୍ଧି କରାଇଦେବା ନାଁରେ ପିଇଓ ଲାଞ୍ଚ ଦାବି କରିଥିଲେ। ମେକାନିକ ଜଣଙ୍କ ଘଟଣାଟି ଭିଜିଲାନ୍ସ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ସୂଚନା ପାଇ, ଆଜି ଓଡ଼ିଶା ଭିଜିଲାନ୍ସର ଏକ ଟିମ୍‌ ଭରତ ଭୂଷଣଙ୍କୁ ମେକାନିକ ଠାରୁ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ସମୟରେ ଗିରଫ କରିଛି। ଏହାସହ ଲାଞ୍ଚ ଟଙ୍କା ଜବତ କରାଯାଇଛି। ପିଇଓଙ୍କ ସହିତ ଜଡିତ ତିନୋଟି ସ୍ଥାନରେ ଏକକାଳୀନ ତଲାସ ଚାଲିଛି।