December 22, 2025

ଦିଗପହଣ୍ଡି ଅଞ୍ଚଳର ପ୍ରମୁଖ ଶୈବପୀଠ ମାନଙ୍କରେ ଭକ୍ତଙ୍କ ଭିଡ଼

1 min read

ଦିଗପହଣ୍ଡି: ଦିଗପହଣ୍ଡି ଅଞ୍ଚଳର ପ୍ରମୁଖ ଶୈବପୀଠ ମାନଙ୍କରେ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଖମ୍ବାରୀ ଗାଁ ସ୍ଥିତ ଶ୍ରୀ ଉଜ୍ଜଳେଶ୍ୱର ଏବଂ କମଳାପୁର ଗ୍ରାମର ଶ୍ରୀ କାଶୀ ବିଶ୍ୱନାଥ ଶୈବପୀଠରେ ଲୋକାରଣ୍ୟ ହୋଇଯାଇଥିଲା। ଶ୍ରଦ୍ଧାଳୁ ମାନେ ଧାଡ଼ି ବାନ୍ଧି ଦୀର୍ଘ ସମୟ ଧରି ଠିଆ ହୋଇଥିଲେ। ଶ୍ରଦ୍ଧାଳୁଙ୍କ ଭିଡ଼ ନିୟନ୍ତ୍ରଣ ଓ ଶାନ୍ତି ଶୃଙ୍ଖଳା ନିମନ୍ତେ ଶ୍ରୀ ଉଜ୍ଜଳେଶ୍ୱର ଶୈବପୀଠ ପରିଚାଳନା କମିଟି ପକ୍ଷରୁ ଅନୁରୋଧ କ୍ରମେ କେ.ନୂଆଗାଁ ଥାନା ପକ୍ଷରୁ ନୂଆପଡ଼ା ଫାଣ୍ଡି ଅଧିକାରୀ ଜଗବନ୍ଧୁ ବାର୍ଲାଙ୍କ ନେତୃତ୍ୱରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା। ସେହିପରି ଦିଗପହଣ୍ଡି ସହରର ଶ୍ରୀ ଗୁପ୍ତେଶ୍ୱର, ଶ୍ରୀ ମୁକ୍ତେଶ୍ୱର, ଶ୍ରୀ ଭାବକୁଣ୍ଡେଳେଶ୍ୱର, ଶ୍ରୀ ଚନ୍ଦ୍ରଚୁଡେଶ୍ୱର, ଶ୍ରୀ ପାତାଳେଶ୍ୱର, ବଡପଦା ସ୍ଥିତ ଶ୍ରୀ ଉଦୟନାଥେଶ୍ୱର, ଆଙ୍କୋରଡା ଗ୍ରାମର ଶ୍ରୀ ସ୍ବପ୍ନେଶ୍ୱର, କୁଶପଡା ଗ୍ରାମର ଶ୍ରୀ ନୀଳକଣ୍ଠେଶ୍ୱର ପ୍ରଭୃତି ପ୍ରମୁଖ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଥିଲା।