ଗଙ୍ଗା ଏକ୍ସପ୍ରେସ୍ୱେ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
1 min read
ବାରାଣସୀ: ଉତ୍ତରପ୍ରଦେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ୫୯୪ କିମି ଦୀର୍ଘ ଗଙ୍ଗା ଏକ୍ସପ୍ରେସ୍ ୱେର ଉଦଘାଟନ କରିଛନ୍ତି। ପ୍ରାୟ ୩୬୨୩୦ କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ, ଗଙ୍ଗା ଏକ୍ସପ୍ରେସୱେ ହେଉଛି ଉତ୍ତର ପ୍ରଦେଶର ସବୁଠାରୁ ଲମ୍ବା ଏକ୍ସପ୍ରେସୱେ ଏବଂ ଭାରତର ସବୁଠାରୁ ବଡ଼ ଗ୍ରିନ୍ଫିଲ୍ଡ ରାସ୍ତା ପ୍ରକଳ୍ପ ମଧ୍ୟରୁ ଗୋଟିଏ। ଏହି ଛଅ ଲେନ ବିଶିଷ୍ଟ ରାସ୍ତା ୮ ଲେନ୍କୁ ସମ୍ପ୍ରସାରିତ ହୋଇପାରୁଥିବାବେଳେ ମିରଟରୁ ପ୍ରୟାଗରାଜ ମଧ୍ୟରେ ୧୨ ଟି ଜିଲ୍ଲା ସହିତ ସଂଯୋଗ କରିଥାଏ। ଏହା କେବଳ ଏକ ରାସ୍ତା ଭାବରେ ନୁହେଁ, ବରଂ ଏକ ଶିଳ୍ପ, ଲଜିଷ୍ଟିକ୍ସ ଏବଂ ବିକାଶ କରିଡର ଭାବରେ କାର୍ଯ୍ୟ କରିବ।


