‘ଗ୍ଲୋବ୍ ଟ୍ରଟର’ରୁ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଲୁକ୍ (ଝଲକ) ଜାରି କରିଛନ୍ତି
1 min read
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗ୍ଲୋବ୍ ଟ୍ରଟର’ରୁ ନିର୍ଦ୍ଦେଶକ ଏସ୍.ଏସ୍. ରାଜାମୌଲି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ପ୍ରଥମ ଲୁକ୍ (ଝଲକ) ଜାରି କରିଛନ୍ତି। ହଳଦିଆ ଶାଢ଼ୀ ପିନ୍ଧି ପ୍ରିୟଙ୍କାଙ୍କ ଆକ୍ସନ୍-ଭରା ଲୁକ୍ ଦେଖିବାକୁ ମିଳିଛି।
ରାଜାମୌଲି ଏହି ଲୁକ୍ ସେୟାର୍ କରି ଲେଖିଛନ୍ତି, “ଯିଏ ଭାରତୀୟ ସିନେମାକୁ ବିଶ୍ୱ ସ୍ତରରେ ପୁନଃ ପରିଭାଷିତ କରିଛନ୍ତି। ଦେଶୀ ଗର୍ଲ! ପ୍ରିୟଙ୍କା ଚୋପ୍ରା ପୁଣି ଥରେ ସ୍ୱାଗତ… ତୁମର ମନ୍ଦାକିନୀର ଅନେକ ରୂପ ଦେଖିବାକୁ ଦୁନିଆ ଅପେକ୍ଷା କରିଛି।”
ଏହି ଚଳଚ୍ଚିତ୍ରରେ ମହେଶ ବାବୁ ଓ ପୃଥ୍ୱୀରାଜ ସୁକୁମାରନ ମୁଖ୍ୟ ଭୂମିକାରେ ଅଛନ୍ତି। ନିକଟରେ ପୃଥ୍ୱୀରାଜଙ୍କ ଲୁକ୍ ମଧ୍ୟ ପ୍ରକାଶ ପାଇଥିଲା। ପୃଥ୍ୱୀରାଜଙ୍କ ଚରିତ୍ରର ନାଁ କୁମ୍ଭ ଏବଂ ତାଙ୍କୁ ଜଣେ ନିଷ୍ଠୁର, ଶକ୍ତିଶାଳୀ ଖଳନାୟକ ଭାବେ ରାଜାମୌଲି ବର୍ଣ୍ଣନା କରିଥିଲେ।
ଅନ୍ୟପକ୍ଷରେ, ‘ଗ୍ଲୋବ୍ ଟ୍ରଟର’ ନିର୍ଦ୍ଦେଶକ ମହେଶ ବାବୁଙ୍କ ଏକ ଝଲକ ମଧ୍ୟ ସେୟାର୍ କରି ଲେଖିଥିଲେ ଯେ, ନଭେମ୍ବର ୧୫ରେ ହାଇଦ୍ରାବାଦର ରାମୋଜୀ ଫିଲ୍ମ ସିଟିରେ ହେବାକୁ ଥିବା ‘ଗ୍ଲୋବ୍ ଟ୍ରଟର’ ଇଭେଣ୍ଟରେ ଦର୍ଶକଙ୍କୁ ବଡ଼ ସରପ୍ରାଇଜ୍ ମିଳିବ।
ପ୍ରିୟଙ୍କା ଓ ପୃଥ୍ୱୀରାଜଙ୍କ ପ୍ରଥମ ଲୁକ୍ ପରେ, ଚଳଚ୍ଚିତ୍ରର ପ୍ରଥମ ଗୀତ ମଧ୍ୟ ୟୁଟ୍ୟୁବରେ ମୁକ୍ତିଲାଭ କରିଛି। ଓସ୍କାର ବିଜେତା ସଙ୍ଗୀତଜ୍ଞ ଏମ୍.ଏମ୍. କିରବାନୀ ଏହି ଟ୍ରାକ୍ଟିକୁ କମ୍ପୋଜ୍ କରିଥିବା ବେଳେ ଶ୍ରୁତି ହାସନ ଏଥିରେ କଣ୍ଠଦାନ କରିଛନ୍ତି।


